Barnabodha
ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା । ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି । ଛବିଳ ମଧୁ ବର୍ଣ୍ଣବୋଧର ପ୍ରଥମ ସଂସ୍କରଣ ଲଣ୍ଡନଠାରେ ପ୍ରକାଶ କରାଯାଇଥିଲା । ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ମିଳୁ ନଥିଲା । ଏହାର ବିକଳ୍ପ ଭାବରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ବହି ବିକ୍ରୀ ହେଉଥିଲା । ୨୦୧୩ ମସିହାରେ ଏହି ପୁସ୍ତକକୁ ବ୍ରେଲୀ ଅକ୍ଷରରେ ପ୍ରକାଶ କରାଯିବାକୁ ଯୋଜନା କରାଯାଇଥିଲା । ସେହିପରି ୨୦୧୪ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବହିଟିକୁ ପୁନଃପ୍ରକାଶନ କରି ଅନେକ ତୃଟି ବିଚ୍ୟୁତି ଯୋଗୁ ବିବାଦଘେରକୁ ଆସିଥିଲା । Source: Wikipedia (or)
Editions
Work - wd:Q15724112